Latest Odisha News

BREAKING NEWS

ଆଦିବାସୀ ମେଳାରେ ବଢୁଛି ଜୈବିକ କୃଷି ସାମଗ୍ରୀର ଚାହିଦା

ଭୁବନେଶ୍ୱର: ଆଦିବାସୀ ମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଜୈବିକ କୃଷି ସାମଗ୍ରୀ ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ କରୁଥିବା ସୂଚନା ମିଳିଛି ।

ଏଥି ମଧ୍ୟରେ ହଳଦୀ ଠାରୁ ଆରମ୍ଭ କରି ମୁଗ, ବିରି, ମାଣ୍ଡିଆ, ବୁଟ, ହରଡ, କୋଳଥ ଆଦି ରହିଛି । ଏଥିସହିତ ହରିଡା, ବାହାଡା, ଅଦା, ଶୁଣ୍ଠି, ଶୁଖିଲା ଲଙ୍କା, ଆମ୍ବଅଦା, ମହୁ ଆଦି ସାମଗ୍ରୀକୁ ଲୋକେ ଅଧିକ ପରିମାଣରେ ଖରିଦ କରୁଛନ୍ତି ।

 

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପରିବେଶିତ ସମସ୍ୟା ଭିିକ ନାଟକ “ସବୁ ରାତିର ସକାଳ ଅଛି” କୋହଲା ପାଗକୁ ବେଶ୍ ଉଷ୍ମ କରିଥିଲା ।

ଆଜି ପର୍ଯ୍ୟନ୍ତ କେବଳ ଆଦିବାସୀ ନୃତ୍ୟ, ସଂଗୀତ ଓ ବାଦ୍ୟର ତାଳେ ତାଳେ ଝଙ୍କୃତ ହେଉଥିବା ମେଳା ମଣ୍ଡପ ଆଜି ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଦୁଇ ଦିନ ଧରି ରାଜଧାନୀରେ କୋହଲା ପାଗ ଲାଗି ରହିଥିଲେ ମଧ୍ୟ ମେଳାରେ ଲାଗି ରହୁଥିବା ଜନସମାଗମ ଉପରେ ଏହାର କୌଣସି ପ୍ରଭାବ ପରିଲିକ୍ଷିତ ହୋଇନାହିଁ ।

Leave A Reply

Your email address will not be published.