Latest Odisha News

BREAKING NEWS

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ; ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗ୍ରହଣ ସମାପ୍ତ ହୋଇଛି । ଇଭିଏମ୍ ମେସିନରେ ରହିଯାଇଛି ସମସ୍ତ ପ୍ରାର୍ଥୀମାନଙ୍କର ଭାଗ୍ୟ । କିଏ ଜିତିବ କିଏ ହାରିବ ତାହା ଜଣାପଡ଼ିବ ଆସନ୍ତା ୧୧ ତାରିଖରେ ।

ଏଏନଆଇ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ, ସନ୍ଧ୍ୟା ୬ଟା ସୁଦ୍ଧା ଦିଲ୍ଲୀରେ ୭୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୪.୬୫ % ମତଦାନ ଅନୁଷ୍ଠିତ ହୋଇଛି ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଭୋଟଦାନ କାର୍ଯ୍ୟକ୍ରମ ହୋଇଥିବା ବେଳେ କାଁ ଭାଁ କିଛି ସାମାନ୍ୟ ଘଟଣାକୁ ଛାଡ଼ିଦେଲେ ପ୍ରାୟ ଶାନ୍ତି ଓ ଶୃଙ୍ଖଳାର ସହିତ ଏହି ଭୋଟଗ୍ରହଣ ସମାପ୍ତ ହୋଇଛି ।

Leave A Reply

Your email address will not be published.