Latest Odisha News

BREAKING NEWS

ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ବରଗଡ଼: ବରଗଡ଼ ରେଲୱେ ଷ୍ଟେସନ ପାଖରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ବୌଦ୍ଧରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବରପାଇ ମାଡି ବସିଲା ବରଗଡ଼ ଟାଉନ ଥାନା ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ଘଟଣାସ୍ଥଳରୁ ୫ କେଜି ର ୩ ଟି ପ୍ୟାକେଟ୍ ଏହିପରି ମୋଟ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତ ଅଛି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଛି ବରଗଡ ଟାଉନ ପୋଲିସ l

Leave A Reply

Your email address will not be published.