Latest Odisha News

BREAKING NEWS

ପୁଣି ଜବତ ହେଲା ବିପୁଳ ପରିମାଣର ବିଷାକ୍ତ ମସଲା, ୩ ଗିରଫ

ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି। ବେଳେବେଳେ ଏହି ଅପମିଶ୍ରିତ ଦ୍ରବ୍ୟ ମଧ୍ୟ ସାଂଘାତିକ ପ୍ରମାଣିତ ହୁଏ। ସେଥିରେ, ଇଟା ପାଉଡର, କାଠଗୁଣ୍ଡ, ଅମୃତଭଣ୍ଡା ମଞ୍ଜି ଏବଂ ଚୂନ ଭଳି ଅନେକ ଜିନିଷ ମିଶ୍ରଣ କରିଥାନ୍ତି।

ସୂଚନାଅନୁସାରେ, ଗତ ମେ’ ମାସ ୫ ତାରିଖରେ ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍‌ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡ଼ିଥିଲା। ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିଲା । ଏହାର ଗୋଟିଏ ଦିନ ପରେ ପୁଣି ଥରେ ଦିଲ୍ଲୀର ଜବତ ହେଲା ୧୫ଟନ୍ ଅପମିଶ୍ରିତ ମସଲା । ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି ମସଲା କାରଖାନାରେ ଚଢାଉ କରି ୧୫ ଟନ୍ ଅପମିଶ୍ରିତ ମସଲା ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ କାରଖାନା ମଲିକ ଓ ଜଣେ କର୍ମଚାରୀ । ଏହି ଅପମିଶ୍ରିତ ମସଲାକୁ ସ୍ଥାନୀୟ ବଜାର ଏବଂ ଦିଲ୍ଲୀର କେତେକ ଖୁଚୁରା ଦୋକାନରେ ବିକ୍ରି କରାଯାଉଥିଲା ବୋଲି କହିଛି ପୋଲିସ । ପୋଲିସ ‌ଘଟଣାସ୍ଥଳରୁ ନକଲି ମସଲା ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ପଚା ପତ୍ର, ଚାଉଳ, ନଷ୍ଟ ହୋଇଯାଇଥିବା ମିଲେଟ, କାଠ ଗୁଣ୍ଡ, ଲଙ୍କା ଡେମ୍ଫ, ଏସିଡ୍‌ ଏବଂ ବିଭିନ୍ନ ତେଲ ଆଦିକୁ ଜବତ କରିଛି ବୋଲି କହିଛନ୍ତି କ୍ରାଇମ ବ୍ରାଞ୍ଚ ଡିସିପି ରାକେଶ ପୱେରିୟା ।

Leave A Reply

Your email address will not be published.