Latest Odisha News

BREAKING NEWS

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ପରାଜୟ ଭୟରେ ଅପପ୍ରଚାର କରୁଛି ବିଜେଡି

ଭୁବନେଶ୍ଵର: ସାମ୍ବାଦିକ ସମ୍ମିଳନୀ କରି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ବରେ ଭାରତ ବହୁ ଆଗକୁ ବଢିଛି । ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି । ଏପରିକି ପୃଥିବୀ ସାରା ବିଭିନ୍ନ ଦେଶମାନେ ଭାରତର ସାହାଯ୍ୟ ଲୋଡୁଛନ୍ତି । ପ୍ରତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡୁଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ପ୍ରଗତି ପଥରେ ରହିଛି କିନ୍ତୁ ଓଡ଼ିଶା ବେଶ୍‌ ପଛରେ ପଡ଼ିଯାଇଛି । ଓଡ଼ିଶା ବହୁତ ଆଗକୁ ଯାଇପାରିଥାନ୍ତା, କିନ୍ତୁ ତାହା ହୋଇପାରିନି । ଏଠିକାର ଶାସକ ଦଳ ୧୭ ବର୍ଷ ତଳେ କହିଥିଲେ ୩୩% ଜଳସେଚନ ହେବ, ଏଯାଏ ତାହା ହୋଇପାରିନି, ଚାଷୀମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହଛନ୍ତି ବୈଜୟନ୍ତ । ସେପଟେ ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଛି କିନ୍ତୁ ଏଯାବତ୍ ନିଯୁକ୍ତି ଦିଆଯାଇନି ।

ସିଧାସଳଖ ନବୀନ ଏବଂ ପାଣ୍ଡିଆନଙ୍କ ଗସ୍ତକୁ ନେଇ ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି, ସରକାର କରିବା ପାଇଁ ୧୪୭ ଜଣ ସମର୍ଥନ ଦରକାର ବୋଲି କହିଛନ୍ତି ବୈଜୟନ୍ତ । ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡି ଯେଉଁ ଅପପ୍ରଚାର କରୁଛି ତାହା ଭୟରେ ଶାସକ ଦଳ କରୁଛି ବୋଲି କହିଛନ୍ତି ବୈଜୟନ୍ତ । କୌଣସି କେନ୍ଦ୍ର ଯୋଜନାକୁ କେନ୍ଦ୍ର ସରକାର କେବେ ବନ୍ଦ କରିବେନାହିଁ । ଲୋକେ ଜାଣିଗଲେଣି ଯେ ଆବାସ, ରାସନ ଯୋଜନା ସବୁ କେନ୍ଦ୍ର ସରକାର ଦେଉଛନ୍ତି । ଏ ସେସବୁ ଉପରେ ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟାମ୍ପ ମାରି ଛାଡୁଛନ୍ତି । ଲୋକ ସବୁ କିଛି ଜାଣିଗଲା ପରେ ଶାସକ ଦଳ ଭୟଭୀତ ହୋଇପଡ଼ିଛି । ତେଣୁ ପରାଜୟ ଭୟରେ ସେମାନେ ଏମିତି ଅପପ୍ରଚାର କରୁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ ।

Leave A Reply

Your email address will not be published.