Latest Odisha News

ମୁଣ୍ଡ ନେଉଛି ମହାମାରୀ: ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ କରୋନା ନେଇଛି ଆଉ ୧୬ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବିଭିନ୍ନ କୋଭିଡ ହସ୍ପିଟାଲରେ ୮ ଜିଲ୍ଲାର କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୩ ଜଣ ।

ସେହିପରି ପୁରୀ ଜିଲ୍ଲାର ୪ କରୋନା ସଂକ୍ରମିତଙ୍କ ମୁଣ୍ଡ ନେଇ ମହାମାରୀ । କେନ୍ଦ୍ରାପଡ଼ାରୁ ଆଉ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ବଲାଙ୍ଗିର, ମୟୂରଭଞ୍ଜ, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୩୮% ।

Leave A Reply

Your email address will not be published.