Latest Odisha News

BREAKING NEWS

ଆଜି ସର୍ବାଧିକ ସଂକ୍ରମିତ, ସର୍ବାଧିକ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୬ ମାସ ମଧ୍ୟରେ ଆଜି ରାଜ୍ୟରେ ସର୍ବାଧିକ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଲଗାତାର ୯ମ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୪,୩୪୦ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ୮୮୮ରେ ପହଂଚିଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୧୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଜଣ ଚିହ୍ନଟ ହୋଇଛନ୍ତି । ତା’ପଛକୁ ରହିଛି କଟକ । କଟକରୁ ୫୬୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ପୁରୀରୁ ୨୦୩, ଜଗତସିଂହପୁରରୁ ୧୯୩, ଝାରସୁଗୁଡାରୁ ୧୭୪, ବାଲେଶ୍ୱରରୁ ୧୬୨, ଅନୁଗୁଳରୁ ୧୫୫, ଯାଜପୁରରୁ ୧୫୧, କନ୍ଧମାଳରୁ ୧୪୩, ନବରଙ୍ଗପୁରରୁ ୧୪୩, ସୁନ୍ଦରଗଡରୁ ୧୩୮, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ମୟୂରଭଂଜରୁ ୧୨୭, କେନ୍ଦ୍ରାପଡାରୁ ୧୦୯, ବରଗଡରୁ ୧୦୮, ଭଦ୍ରକରୁ ୧୦୫ ଓ ଗଂଜାମରୁ ୯୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ୧୭ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୬୮୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୮୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୭୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.