Latest Odisha News

BREAKING NEWS

ବାଲେଶ୍ୱରରୁ ଉଦ୍ଧାର ହେଲା ୧୬ ଫୁଟ ଲମ୍ବର ବିଶାଳ ଅହିରାଜ ସାପ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କାଳିଝାଟି ଗ୍ରାମ ନିକଟରୁ ପ୍ରାୟ ୧୬ ଫୁଟ୍ ଲମ୍ବର ଏକ ଅହିରାଜ ସାପ ସାପକୁ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକେ ଏକ ସାପ ଆହତ ହୋଇ ଛଟପଟ ହେଉଥିବା ଦେଖିବା ପରେ ଏନେଇ ବନ ବିଭାଗକୁ ଜଣାଇଥିଲେ।

ଖବର ପାଇ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ପ୍ରକାଶ ମର୍ଦରାଜଙ୍କ ନେତୃତ୍ୱରେ ବନ୍ୟ କର୍ମଚାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଉକ୍ତ ସାପଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନୀଳଗିରି ପଶୁ ଡାକ୍ତରଖାନାକୁ ନିଆଯାଇଥିଲା।

ତେବେ ଉଦ୍ଧାର ଅହିରାଜ ସାପକୁ ଚିକିତ୍ସା ପରେ ବନ ବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.