Latest Odisha News

BREAKING NEWS

ବିଜେଡ଼ି ଛାଡ଼ିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର: ନବରଙ୍ଗପୁରର ବିଜେଡ଼ି ସାଂସଦ ବଳଭଦ୍ର ମାଝୀ ଗୁରୁବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି, ଆଜି ସକାଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ । ସେ ତାଙ୍କୁ ସାକ୍ଷାତ କରିପାରିନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଇସ୍ତଫା ଦେବାର କାରଣ ସମ୍ପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି, ଦଳର ନେତୃତ୍ୱକୁ ଲକ୍ଷ୍ୟ କଲେ ତାଙ୍କର ଆଉ ସେବା ଆବଶ୍ୟକ ନାହିଁ ବୋଲି ଉପଲବ୍ଧି କରୁଛନ୍ତି ।

ଅନ୍ୟ ଦଳରେ ଯୋଗଦାନ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏନେଇ ସେ ଖୁବ୍ ଶିଘ୍ର ନିଷ୍ପତ୍ତି ଗ୍ରହଣ କରିବେ ।

ପୂର୍ବରୁ ଭାରତୀୟ ରେଲୱେରେ ଚାକିରି କରୁଥିବା ବଳଭଦ୍ର ମାଝୀଙ୍କୁ ୨୦୧୪ ନିର୍ବାଚନରେ ତାଙ୍କୁ ନବରଙ୍ଗପୁର ଲୋକସଭା ଟିକଟ ବିଜେଡ଼ି ପକ୍ଷରୁ ଦିଆଯାଇଥିଲା ।

ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି, ଏଥର ନବରଙ୍ଗପୁର ଲୋକସଭା ଆସନରୁ ଏସଟି ଏସସି ବିକାଶ ମନ୍ତ୍ରୀ ରମେଶ ମାଝୀଙ୍କୁ ଟିକଟ ଦେବା ନେଇ ଦଳ ମନସ୍ଥ କରିଛି ।

Leave A Reply

Your email address will not be published.