Latest Odisha News

BREAKING NEWS

ପଣ୍ଡିତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୬ତମ ସ୍ମୃତିଚାରଣ ସଭା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ପରିଷଦର ପ୍ରତିଷ୍ଠାତା ସଦସ୍ୟ, ବିଶିଷ୍ଟ ଗଣିତ ଜ୍ୟୋତିଷ, ଆଇନଜୀବି ପଣ୍ଡିତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୬ତମ ସ୍ମୃତିଚାରଣ ସଭା ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ ଗୃହରେ ବିଶିଷ୍ଟ ବେଦବିତ୍ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟବକ୍ତା ଏବଂ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ଧନେଶ୍ୱର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜରେ ପୂଜ୍ୟପୂଜାର ପରମ୍ପରାକୁ ବଜାୟ ରଖିବା ପାଇଁ ଯୁବପୀଢ଼ି ଆଗ୍ରହୀ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଶୀଳଭଦ୍ର ଶାସ୍ତ୍ରୀଙ୍କ ସ୍ୱାଗତ ଭାଷଣ ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ପଣ୍ଡିତ ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ସଭାରେ ମଧ୍ୟରେ ଭୁବନେଶ୍ୱର ବାର୍ ଆସୋସିଏସନର ସମ୍ପାଦକ ତାପସ ମହାପାତ୍ର, ବୁଦ୍ଧଦେବ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ବିବେକାନନ୍ଦ ଉଦ୍ଗାତା, ଦେବଜାନୀ ରାୟ ଓ ବରୁଣରାଜ ପରିଚାଳନା କରିଥିଲେ ।

Leave A Reply

Your email address will not be published.