Latest Odisha News

BREAKING NEWS

୧୭ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ୭୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ଆସ୍କା (୬), ବିଇଏମସି (୧), ଭଞ୍ଜନଗର (୪), ଧରାକୋଟ (୧), କେ.ଏସ.ନଗର(୩) ଓ ପୋଲସରାରୁ ୨ଜଣ ରହିଛନ୍ତି ।

ଅଧିକ ପଢନ୍ତୁଗଞ୍ଜାମରେ ୪ ପୋଲିସ କର୍ମୀ କରୋନା ପଜିଟିଭ

ସେହିପରି ମୁମ୍ବାଇ, ଶ୍ରୀକାକୁଲ୍ଲମ, ମଧ୍ୟପ୍ରଦେଶ ଫେରନ୍ତା ୩ ଜଣ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ବେଳେ ଆଉ ୫୬ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି ।

ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୧ । ସେଥିମଧ୍ୟରେ ୮୫୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୪୦୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୯ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.