Latest Odisha News

BREAKING NEWS

ଭୁବନେଶ୍ୱରରେ ୬ ନୂଆ ସଂକ୍ରମିତ, ୧୯ ସୁସ୍ଥ

ଭୁବନେଶ୍ୱର: କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ଆଶ୍ୱସ୍ତିକର ଖବର ଆସିଛି। ଆଜି ଭୁବନେଶ୍ୱରରେ ୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବିଏମସିର ସୂଚନା ଅନୁସାରେ, ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଗୃହ ସଙ୍ଗରୋଧରେ ଥିଲେ ଏବଂ ଅନ୍ୟ ୩ ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ଡୁମଡୁମା ଅଂଚଳର ୨୪ ବର୍ଷିୟ ଯୁବକ, କୋଲକାତାରୁ ଫେରିଥିବା ନୟାପଲ୍ଲୀ ଆଇଆରସି ଭିଲେଜର ୪୧ ବର୍ଷିୟ ବ୍ୟକ୍ତି ଓ କୋଲକାତାରୁ ଫେରିଥିବା ବାପୁଜି ନଗର ଅଂଚଳର ୩୮ ବର୍ଷିୟ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ଥିଲେ । ଆଜି ସେମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ସ୍ଥାନୀୟ ଏକ ବେସରକାରୀ ହସପିଟାଲର ୨୪ ବର୍ଷିୟ ଯୁବତୀ, ଟଙ୍କପାଣି ରୋଡ୍‌ର ୫୫ ବର୍ଷିୟ ବ୍ୟକ୍ତି ଏବଂ ଫରେଷ୍ଟ ପାର୍କ ଅଂଚଳର ୩୬ ବର୍ଷିୟ ବ୍ୟକ୍ତି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ ରାଜଧାନୀର ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.