Latest Odisha News

BREAKING NEWS

ଓଡ଼ିଶାରେ କଂଗ୍ରେସର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମଟି (ଓପିସିସି) ଆସନ୍ତା ଏକମାସ ମଧ୍ୟରେ ରାଜ୍ୟରେ ସଦସ୍ୟତା ଗ୍ରହଣ ଅଭିଯାନକୁ ତ୍ୱରାନ୍ୱିତ କରିବ ।

କଂଗ୍ରେସର ଦଳର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜୋନାଲ ସଭାପତିମାନଙ୍କ ଏକ ବୈଠକରେ ଉଦବୋଧନ ଦେଇ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଆସନ୍ତା ଏକମାସ ମଧ୍ୟରେ ସମସ୍ତ ଜୋନାଲ ସଭାପତିମାନେ ନିଜ ନିଜ ଜୋନରୁ ୫୦୦ ଜଣ ନୂଆ ସଦସ୍ୟ ଗ୍ରହଣ କରିବେ ।

ତେବେ ଆସନ୍ତା ଜାନୁଆରୀ ୫ ତାରିଖ ମଧ୍ୟରେ ସମସ୍ତ ବୁଥ କମିଟି ଗୁଡ଼ିକର ଗଠନ ସମାପ୍ତ କରିବାକୁ ପିସିସି ସଭାପତି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବ୍ୟତୀତ, ସମସ୍ତ ସଦସ୍ୟମାନଙ୍କୁ ପରାମର୍ଶ ଦେଇ ପିସିସି ସଭାପତି କହିଛନ୍ତି, ରାଜ୍ୟରେ ଗଠିତ ସମସ୍ତ ଜୋନର ପ୍ରତ୍ୟେକ ଗ୍ରାମଗୁଡ଼ିକୁ ସଦସ୍ୟମାନେ ପରିଦର୍ଶନ କରିବା ସହିତ ଜନସାଧାରଣଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ ଅବଗତ କରାଇବା ଉଚିତ ।

Leave A Reply

Your email address will not be published.