Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୭ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରେ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ କରୋନାରେ ଆଉ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାରୁ ଜଣେ ୩ ମାସର ଶିଶୁ ପୁତ୍ର ଓ ମାଲକାନଗିରି ଜିଲ୍ଲାରେ ଜଣେ ୩ ମାସର ଶିଶୁ କନ୍ୟା କରୋନାରେ ମୃତ୍ୟୁବରଣ କରିଛନ୍ତି ।

ସେହିପରି ଅନୁଗୋଳ, ରାୟଗଡ଼ା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ କରୋନା ଆଉ ଜଣେ ଲେଖେଏ ସଂକ୍ରମିତଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୬୨୯କୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.