Latest Odisha News

BREAKING NEWS

ମିଳିଲା ଜଗା ଦର୍ଶନ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କର ପୁଣି ଥରେ ମିଳନ ହୋଇଛି । ୨୦ ଦିନ ପରେ ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହା ଆନ୍ଦନ ପାଉଛନ୍ତି ଭକ୍ତ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଏଥିପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ବ୍ୟାରିକେଡରେ ଯାଉଛନ୍ତି ଭକ୍ତ ।

ପରିଚୟ ପ୍ରମାଣପତ୍ର ସହ ୯୬ ଘଣ୍ଟାର କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୬ଟାରୁ ରାତି ୯ଟା ପର୍ୟ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇପାରିବେ । କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ ଓ ଶ୍ରୀମନ୍ଦିର ବିଶୋଧନ କରାଯିବ ।

ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜ୍ କରିବେ ଓ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ନିୟମ ଉଲ୍ଲଂଘନ କଲେ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରାଯିବ । ଶ୍ରୀମନ୍ଦିର ପ୍ରବେଶର ଅନୁମତି ମିଳିବ ନାହିଁ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରୀ ୧୦ ତାରିଖରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା ।

Comments are closed, but trackbacks and pingbacks are open.