Latest Odisha News

BREAKING NEWS

ଏମିତି ମା’ କାହାକୁ ନମିଳୁ, ୧୫ ମାସର ଛୁଆକୁ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ

କୋଣାର୍କ: ମା’ଠୁ ଅଧିକ ନିଜର କେହି ନାହିଁ । ଛୁଆକୁ କଷ୍ଟ ହେଲେ ମା’କୁ କଷ୍ଟ ହୁଏ । ଛୁଆ କାନ୍ଦିଲେ ମା’ କାନ୍ଦେ । ହେଲେ ମା’ ଯେତେବେଳ ସାଜେ ଡାହାଣି । ସେତେବେଳେ ଛୁଆର କଷ୍ଟ ମା’ଆଗରେ ତୁଛ ହୋଇଯାଏ । ଯାହାକୁ କଷ୍ଟ ସହି ନିଜ ୧୦ ମାସ ଗର୍ଭରେ ରଖି ଜନ୍ମ କରିଥିଲା ଆଜି ତା’ ପାଇଁ ସେ ସାଜିଛି ବଇରି । ୧୫ ମାସର ଛୁଆକୁ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରୁଛି ଜଣେ ନିଷ୍ଠୁର ମା’ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରଭା ପଂଚାୟତ ପାଇକ ସାହି ଗାଁରେ । ପାରିବାରିକ କଳହ ଯୋଗୁଁ ମା ଏଭଳି ନିର୍ଦ୍ଦୟ ପାଲଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ପାଇକସାହି ଗାଁର ଚକ୍ରଧର ନାୟକ ବାହାରେ ବ୍ୟବସାୟ କରନ୍ତି । ଘରେ ତାଙ୍କର ବୁଢ଼ା ବାପା, ମା, ପତ୍ନୀ ଓ ୧୫ ମାସର ପୁଅ ରୁହନ୍ତି । ଘରେ ତାଙ୍କ ସ୍ତ୍ରୀ , ବାପା ମାଙ୍କୁ ମାଡ ମାରୁଥିବାର ଜାଣିବା ପରେ ମଧ୍ୟ ବିଶ୍ୱାସ କରି ପାରୁନଥିଲେ । ଶେଷରେ ନିଜ ଶଙ୍କା ଦୂର କରିବା ପାଇଁ ନିଜ ଦୁଇ ବଖର ଚାଳ ଘରେ ସିସି କ୍ୟାମେରା ଲଗାଇଥିଲେ । ଏଥିସହ ନିଜ ପତ୍ନୀଙ୍କ ବିରୋଧ ସେ ଥାନାର ଅଭିଯୋଗ ମଧ୍ୟ କରିଥିଲେ । ପୁଲିସ ନ୍ୟାୟ ଦେବା ପରିବର୍ତେ ବୁଝାସୁଝା କରି ଛାଡିଦେଇଥଇଲା । ପରେ ସଂପୃକ୍ତ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ପୁଲିସକୁ କାର‌୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲୋ କିନ୍ତୁ ପୁଲିସ କିଛି ଶୁଣିନଥିଲା ।

ପରେ ଚକ୍ରଧର ଘରକୁ ଫେରି ସିସିଟିଭି ଯାଂଚ କରିଥିଲେ । ଭିଡିଓରେ ଚକ୍ରଧରଙ୍କ ପତ୍ନୀ ନିଜ ଜନ୍ମ କଲା ୧୫ ମାସର ପୁଅକୁ ତଳେ ପାକାଇ ଗୋଇଠା, ଲାତ ମାରି ଚାଲିଛି । ଛୁଆଟି କାନ୍ଦୁଥିଲେ ମଧ୍ୟ ସେ ତାକୁ ଛାଡି ପଳାଉଥିବା ଦେଖିବାକୁ ପାଇଥିଲେ । ଏହାପରେ ନିଜ ପୁଅକୁ ଚକ୍ରଧର ପତ୍ନରଙ୍କଠାରୁ ଛଡାଇ ଆଣିଛନ୍ତି । ଏଥିସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚକ୍ରଧର । ସେପଟେ ଭିଡିଓ ଭାଇରାଲ ହେବାପରେ ପୋଲିସର ଏକ ଟିମ୍‌, ଚାଇଲ୍ଟ ଲାଇନ୍ କର୍ତ୍ତୃପକ୍ଷ ଓ ସିଡବ୍ଲ୍ୟୁସି ଟିମ୍ ଗାଁକୁ ଯାଇ ଉଭୟ ମା’ ଓ ଛୁଆକୁ ଥାନାକୁ ଆଣିଥିବା ଜଣାପଡିଛି।

Leave A Reply

Your email address will not be published.