Latest Odisha News

ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୧୯ ମୃତ

କୋଏମ୍ବଟୁର: ତାମିଲନାଡୁର କୋଏମ୍ବଟୁର ରାଜପଥ ନିକଟରେ ଏକ କଣ୍ଟେନରକୁ ଗୋଟିଏ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କେରଳ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ (କେଏସଆରଟିସି)ର ବସରେ ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ଏକ କଣ୍ଟେନରକୁ ଧକ୍କା ଦେଇଥିଲା ।

ତେବେ ଖବର ପାଇ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାବ୍ୟତିତ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Comments are closed.