Latest Odisha News

ଆରପାରିରେ ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କୋଚ୍

କୋଲକାତା: ଚାଲିଗଲେ ଦେଶର ମହାନ ଫୁଟବଲ୍ ତାରକା ସୁବାସ ଭୌମିକ । ସେ ଭାରତୀୟ ଫୁଟବଲ ଟିମର କୋଚ ମଧ୍ୟ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ସେ ଗତ ୩ମାସ ଧରୀ କିଡ଼ୀ ରୋଗରେ ପୀଡ଼ିତ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ୧୯୭୦ ମସିହାରେ ଏସିଆନ ଗେମସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

୧୯୭୯ରେ ଫୁବଲ କ୍ୟାରିୟରରୁ ସେ ସନ୍ନ୍ୟାସ ନେଇଥିଲେ। ପରେ ଭାରୀତୀୟ ଟିମ୍ରେ ଜଣେ ସଫଳ କୋଚ୍ ଭାବେ ଯୋଗ ଦେଇଥିଲେ। ୨୦୦୩ରେ ଏସିଆନ୍ ଟାଟଇଲ ପାଇଁ ଇଷ୍ଟ ବେଙ୍ଗଲ ତରଫରୁ ଲିଡ୍ କରି ସଫଳ ହୋଇଥିଲେ। କିଡନୀ ରୋଗରେ ପୀଡ଼ିତ ଥିବା ସୁବାସ କୋଲକାତାର ଇକବାଲପୁର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେ ମଧ୍ୟ କୋଭିଡ୍-୧୯ରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେନ ସଭାପତି ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.