Latest Odisha News

BREAKING NEWS

ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେଡି, ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ

ଭଦ୍ରକ: ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେପି କର୍ମୀଙ୍କୁ ବିଜେଡିର ମାଡ଼ ଘଟଣା । ଏନେଇ ବିଜେପି ପକ୍ଷରୁ ଭଦ୍ରକରେ ଏକ ମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେେ ଦିନ ଥିଲା । ଏହି ସମୟରେ ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେପି କର୍ମୀଙ୍କୁ ଶାସକ ଦଳ ଆକ୍ରମଣ କରିଥିବା ଅଭିଯୋଗ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଦଳର କର୍ମୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାନ୍ତ ହୋଇଥିଲା ।

ଖବର ଅନୁସାରେ, ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ଠାରେ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ବିଜେପି ଓ ବିଜେଡି ଉଭୟ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇ ଏହା ତୀବ୍ର ରୂପ ଧାରଣ କରିଥିଲା। ବିଜେଡି ଦଳର କିଛି କର୍ମୀ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସମେତ ବିଜେପିର ବହୁ କର୍ମୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛି ବିଜେପି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଏପରି ଗୁଣ୍ଡା ରାଜକୁ ବିଜେପି ନେତା ମାନେ ନିନ୍ଦା କରିଛନ୍ତି । ଆକ୍ରମଣ କାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.