Latest Odisha News

BREAKING NEWS

[ଭିଡ଼ିଓ] ଭୋଟରଙ୍କ ଅଭିନଵ ପ୍ରତିବାଦ, ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଗୁହାର

ପିପିଲି: ଗାଁରେ ସମସ୍ୟା ମାଳ ମାଳ । ପ୍ରତିଥର ଲଗାଯାଉଛି ଗୁହାର । ହେଲେ ଶୁଣିବାକୁ କେହି ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ଭୋଟ୍ ପାଇଁ ସବୁ ହାଜର ହୋଇଯାନ୍ତି । ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ବି ଅଜାଡି ଦିଅନ୍ତି । ହେଲେ ଏବେ କିନ୍ତୁ ଗାଁର ଲୋକେ ଏକଜୁଟ ହୋଇ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ପିପିଲିର ପୁଂବା ଶାସନ ପଞ୍ଚାୟତରେ। । ଏଠରେ ଥିବା ୮ନମ୍ବର ୱାର୍ଡବାସୀ ପ୍ରତି କାଂଥରେ ଲାଗଇଛନ୍ତି ପୋଷ୍ଟର । ଯେଉଁ ସେମାନଙ୍କ ସମସ୍ୟା ଲେଖାଯାଇଛି । ଭୋଟ ପାଇଁ ଯିଏ ଆସି ସେ ପ୍ରଥମେ ଏହି ପୋଷ୍ଟର ପଢି ଭିତରକୁ ଆସିବାର କଡା ତାଗିଦ୍ କରିଛନ୍ତି ।

ଟଙ୍କା ପଇସା କି ମଦ, ମାଂସ ଦରକାର ନାହିଁ । ପ୍ରଥମେ ଗାଁର ଉନ୍ନତୀ ଆଉ ତା ପରେ ଭୋଟ୍ ନିଅ । ଗାଁର ସବୁ ଲୋକ ଏକାଠି ହୋଇ ନେତା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହିଭଳି ପୋଷ୍ଟର ମାରି ପ୍ରତିବାଦ କରିଛନ୍ତି । ପ୍ରଥମେ ସମସ୍ୟାର ସମାଧାନ ହେଲେ ଗାଁରୁ ଭୋଟ୍ ଯିବ ବୋଲି କଡ଼ା ତାଗିଦ୍ କରିଛନ୍ତି ଏହି ଗାଁର ଲୋକେ । . . .

Comments are closed, but trackbacks and pingbacks are open.