Latest Odisha News

BREAKING NEWS

୧୯୯୯ ବିଶ୍ୱକପ: ସଚିନଙ୍କ ଲୋତକ ଭରା ଶତକ, ଅଷ୍ଟ୍ରେଲିଆ ଚାମ୍ପିୟନ, ଦକ୍ଷିଣ ଆଫ୍ରିକାର ହାତ ଛାଡିଲେ ଭାଗ୍ୟ ଲକ୍ଷ୍ମୀ

୧୯୯୯ ବିଶ୍ୱକପ କ୍ରିକେଟ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ୱେଲ୍ସ ଓ ନେଦରଲାଣ୍ଡରେ ମିଳିତ ଭାବେ ଆୟୋଜିତ ହୋଇଥିଲା । ଫାଇନାଲରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଏଥର ୪ ବର୍ଷ ବଦଳରେ ୩ ବର୍ଷ ବ୍ୟବଧାନରେ ବିଶ୍ୱକପ ଆୟୋଜିତ କରାଯାଇଥିଲା । ୧୨ଟି ଟିମ ୪୨ଟି ମ୍ୟାଚ ଖେଳିଥିଲେ । ୬ଟି ଟିମକୁ ନେଇ ୨ଟି ଗ୍ରୁପ କରାଯାଇଥିଲା । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୩ ସୁପର ସିକ୍ସକୁ ଉନ୍ନୀତ ହୋଇଥିଲେ । ଏହା ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳା ଯାଇଥିଲା ।ଭାରତର ଅଭିଯାନ: ଗ୍ରୁପ ଏରେ ଭାରତ ତାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିକଟରୁ ୪ ୱିକେଟରେ ପରାଜିତ ହୋଇଥିଲା । ଏହା ପରେ ଜିମ୍ବାୱେ ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି କରି ଭାରତକୁ ୩ ରନରେ ହରାଇ ଦେଇଥିଲା । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୨୫୨ ରନ କରିଥିଲା । ଜବାବରେ ଭାରତ ୪୫ ଓଭରରେ ୨୪୯ ରନ କରି ଅଲଆଉଟ ହୋଇ ଯାଇଥିଲା । ସଦାଗୋପନ ରମେଶ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଓଭରରେ ଭାରତ ହାତରେ ୩ଟି ୱିକେଟ ଥିବା ବେଳେ ବିଜୟ ପାଇଁ ୭ ରନ ଆବଶ୍ୟକ ହେଉଥିଲା । ହେନରୀ ଓଲଙ୍ଗାଙ୍କ ଓଭରରେ ରବିନ ସିଂ, ଜଭାଗଲ ଶ୍ରୀନାଥ ଓ ଭେଙ୍କେଟେଶ ପ୍ରସାଦ ଆଉଟ ହୋଇ ଯାଇଥିଲେ । ଏହା ପରେ ଭାରତ ୯୪ ରନରେ କେନିୟାକୁ,ଶ୍ରୀଲଙ୍କାକୁ ୧୫୭ ଓ ଇଂଲଣ୍ଡକୁ ୬୩ ରନରେ ପରାସ୍ତ କରିଥିଲା । ଭାରତ ସୁପର ସିକ୍ସରେ ପ୍ରବେଶ କରିଥିଲା । ପାକିସ୍ତନ ବିପକ୍ଷ ହାଇ ଭୋଲଟେଜ ମୁକାବିଲାରେ ଭାରତ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠାରୁ ହାରି ସେମିଫାଇନାଲ ଦୌଡରୁ ବାଦ ପଡିଥିଲା ।ଶୋକରେ ବୁଡି ବି ଦେଶ ପାଇଁ ଶତକ ମାରିଲେ ସଚିନ: ବିଶ୍ୱକପ ଅଧାରୁ ସଚିନ ତେନ୍ଦୁଲକରଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେ ସ୍ୱଦେଶ ପ୍ରତ୍ୟାବର୍ତନ କରି ବାପାଙ୍କୁ ଶେଷ ଦର୍ଶନ କରିବା ପରେ ପୁନର୍ବାର ବିଶ୍ୱକପ ଖେଳିବାକୁ ଆସିଥିଲେ । କେନିୟା ବିପକ୍ଷରେ ସେ ୧୪୧ ରନର ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ ।ଡ୍ରାଭିଡ-ଗାଙ୍ଗୁଲିଙ୍କ ରେକର୍ଡ ପାର୍ଟନରଶିପ: ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତର ରାହୁଲ ଡ୍ରାଭିଡ ଓ ସୌରଭ ଗାଙ୍ଗୁଲି ରେକର୍ଡ ପାର୍ଟନରଶିପ ସଂଗ୍ରହ କରିଥିଲେ । ଗାଙ୍ଗୁଲି ୧୫୮ ବଲରେ ୧୮୩ ଓ ଡ୍ରାଭିଡ ୧୨୯ ବଲରେ ୧୪୫ ରନ କରିଥିଲେ । ଦ୍ୱିତୀୟ ୱିକେଟରେ ସେମାନେ ୩୧୮ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଭାରତ ୩୭୩ ରନ କରିଥିଲା ଜବାବରେ ଶ୍ରୀଲଙ୍କା ୧୫୭ ରନ ବ୍ୟବଧାନରେ ପରାଜିତ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା । ଏହା ବ୍ୟତୀତ ବାଂଲାଦେଶ ନିକଟରୁ ପାକିସ୍ତାନ ହାରିବା ଏବଂ ସାକଲିନ ମୁସ୍ତାକ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ହ୍ୟାଟ୍ରିକ ହାସଲ କରିଥିଲେ ।କ୍ୟାଚ ଡ୍ରପ କରି ବିଶ୍ୱକପ ହାତଛଡା କଲା ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚରେ ହର୍ଶେଲ ଗିବ୍ସ ବିପକ୍ଷ ଦଳର ଷ୍ଟିଭ ୱଙ୍କ କ୍ୟାଚ ଡ୍ରପ କରିଥିଲେ । ୱ ମଧ୍ୟ ଗିବ୍ସଙ୍କୁ କହିଥିଲେ ତୁମେ କ୍ୟାଚ ନୁହେଁ ବିଶ୍ୱକପ ହାତଛଡା କରିଦେଲ । ୨୧୪ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୭ ୱିକେଟ ହରାଇ ୧୮୩ ରନ କରି ବିପଦରେ ପଡିଥିଲା । ଲାନ୍ସ କ୍ଲୁଜନର ୧୬ ବଲରେ ୩୧ ରନ କରି ମ୍ୟାଚକୁ ବିଜୟର ନିକଟତର କରାଇଥିଲେ । ୪ଟି ବଲରେ ୧ ରନ ଆବଶ୍ୟକ ହେଉଥିବା ବେଳେ ଆଲାନ ଡୋନାଲ୍ଡ ରନଆଉଟ ହୋଇ ଯାଇଥିଲେ । ମ୍ୟାଚ ଟାଇ ହୋଇ ଯାଇଥିଲେ ମଧ୍ୟ ରନରେଟ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା ।

ପାକିସ୍ତାନ-ଅଷ୍ଟ୍ରେଲିଆ ଫାଇନାଲ: ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୨ ରନରେ ଅଲଆଉଟ ହୋଇ ଯାଇଥିଲା । ଆଡାମ ଗିଲକ୍ରିଷ୍ଟଙ୍କ ୫୪ ରନ ସହାୟତାରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.