Latest Odisha News

BREAKING NEWS

କବିତା : ଚିଲିକା ତୀରେ

ଚୈତନ୍ୟ ବାଗ

ଶ୍ରୀକ୍ଷେତ୍ର ପଥରେ ଅନତୀ ଦୂରେ
ରହିଅଛି ଏକ ନିଧି
ଚକ୍ଷୁ ପାଏନା କଳନା କରି ହୁଏନା
ଅଗାଧ ତାର ବାରିଧି ।

ନୀଳାମ୍ବୁରେ ପରିପୂର୍ଣ୍ଣ ଜଲରାଶି
ଆହା କେଡେ ମନ ଲୋଭା
ପ୍ରାଚୀର ଦିଗରେ ଭାସ୍କର କିରଣ
ପଡ଼ି ବଢ଼ାଉଛି ଶୋଭା ।

ଉତ୍କଳ ର ସେହି ଚାରୁ ଅଳଙ୍କାର
ହେମ ବରଣୀ ରେ ସଜା
ହେମ ଋତୁ ରେ ଅନେକ ବିହଙ୍ଗ
କରୁଥାନ୍ତି ଏଠି ମଜା ।

ମାଛରଙ୍କା ପକ୍ଷୀ ଉଡି ଉଡି ଆସି
ସରାଗେ ଧରୁଛି ମୀନ
ମାସ୍ଥ୍ୟଜୀବୀ ମାନେ ବୋଇତ ସହାଜ୍ୟେ
ପାଳନ୍ତି ତାଙ୍କ ଜୀବନ ।

ଉଷା ଉସଶୀ ରେ ନଭୋରେଣୁ ପୂର୍ଣ୍ଣ
ତନୁ କମ୍ପାଏ ଶିଶିର
ତନୁ ବିଚଳିତ ଅବା ମନ ଚଞ୍ଚଳ
କରୁ ନ ଥାଏ ଖାତିର ।

ଚିଚିଆ , କଲାହାଣ୍ଡି

Leave A Reply

Your email address will not be published.