Latest Odisha News

BREAKING NEWS

ତାମିଲନାଡୁରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ୍‌; ଆସନ୍ତାକାଲିଠୁ ବଲାଙ୍ଗୀର ସହରରେ କର୍ଫ୍ୟୁ ଘୋଷଣା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଆସନ୍ତାକାଲି କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ସ୍ଥିତି ନେଇ ଆଜି ଘୋଷଣା କରିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ ।

ଗୁରୁବାର ଦିନ ୧୦ଟା ୪୦ରେ ବଲାଙ୍ଗୀର ରେଳ ଷ୍ଟେସନରେ ତାମିଲନାଡୁରୁ ପହଞ୍ଚିବ ସ୍ୱତନ୍ତ୍ର ଟ୍ରେନ । ତାମିଲନାଡୁର ତିରୁପୁର ଷ୍ଟେସନରୁ ଏହି ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଶ୍ରମିକ ଆସୁଛନ୍ତି ।

ଅଧିକ ପଢନ୍ତୁ: କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଆସନ୍ତାକାଲି ସହରରେ ଘୋଷିତ ସମୟରେ କର୍ଫ୍ୟୁ ବଳବତ୍ତର ରହିବ, ଏହି ନିୟମ ଭଙ୍ଗକଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବଲାଙ୍ଗୀର ରେଳ ଷ୍ଟେସନ ସହ ସାଲେପଲିରୁ ଟିଟିଲାଗଡ଼ ରାସ୍ତା, ଟିଟିଲାଗଡ଼ ରାସ୍ତାରୁ ରାଜେନ୍ଦ୍ର କଲେଜ ଛକ ଏବଂ ରେଳ ଷ୍ଟେସନରୁ ବେହେରା ପାଲି ଅଞ୍ଚଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.