Latest Odisha News

BREAKING NEWS

ରିଲିଜ ହେଲା ୨.୦ର ଟ୍ରେଲର, ନୂଆ ଲୁକରେ ଖିଲାଡି କୁମାର

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇଛି । ରିଲିଜର କିଛି ଘଣ୍ଟା ଭିତରେ ଫିଲ୍ମଟି ସୋସିଆଲ ମିଡିଆରେ ଧମାଲ କରୁଛି ।

୨.୦ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ମନରେ ଖୁବ୍ ସସପେନ୍ସ ଭରି ରହିଥିଲା ।

ଖିଲାଡି କୁମାର ଏହି ଟ୍ରେଲରରେ ଭିଲିଆନ ଲୁକରେ ନଜର ଆସୁଛନ୍ତି । ଟ୍ରେଲରରେ ଅକ୍ଷୟଙ୍କ ଭିଲିଆନ ଲୁକ୍ ଫ୍ୟାନ୍ସ ମାନଙ୍କୁ ଖୁବ୍ ପସଦ ଆସିବ । ଏହା ହେଉଛି ଅକ୍ଷୟଙ୍କର ପ୍ରଥମ ତାମିଲ ଫିଲ୍ମ ।

ତାମିଲ ସୁପରଷ୍ଟାର ରଜନୀକାନ୍ତ ହିରୋ ଭୂମିକାରେ ନଜର ଆସୁଥିବାବେଳେ ଗୀତ ଗୁଡିକୁ ଏ ଆର ରେହେମାନ କମ୍ପୋଜ କରିଛନ୍ତି । ଏହି ହାଇ ବଜେଟ୍ ମୁଭି ଏକ ସାଇନ୍ସ ଫିକ୍ସନ ଥ୍ରୀଲର ଫିଲ୍ମ ।

ଏସ ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମଟିର ବଜେଟ ୫୪୩ କୋଟି ରହିଛି । ଏହି ହାଇ ବଜେଟ ୨.୦ ନଭେମ୍ବର ୨୯ରେ ପରଦାକୁ ଆସିବ ।

Leave A Reply

Your email address will not be published.