Latest Odisha News

BREAKING NEWS

ଗହୀରମଥାରେ ୨.୫ ଲକ୍ଷରୁ ଅଧିକ କଇଁଛଙ୍କ ସମୂହ ଅଣ୍ଡାଦାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାର ଗହୀରମଥାରେ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରାୟ ୨.୫ ଲକ୍ଷରୁ ଅଧିକଅଲିଭ ରିଡଲେ କଇଁଛ ଗତ ୩ ଦିନ ହେଲାଣି ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଏହି ଅଣ୍ଡାଦାନ ପ୍ରକ୍ରିୟା ଆହୁରି ୨ରୁ ୩ ଦିନ ଚାଲିବ ବୋଲି ରାଜନଗର ରେଞ୍ଜର ଫରେଷ୍ଟ ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏଥର ପାଗ ଅନୁକୂଳ ରହିଥିବା ଯୋଗୁଁ କଇଁଛମାନେ ବେଳାଭୂମିର ୨.୫ କିମି. ପରିବ୍ୟାପ୍ତ ମଧ୍ୟରେ ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଏହି ଗହୀରମଥା ସାମୁଦ୍ରିକ୍ ଅଭୟାରଣ୍ୟର ଦ୍ୱିତୀୟ ନାସି ଦ୍ୱୀପରେ ବୁଧବାର ଠାରୁ ଲକ୍ଷାଧିକ ଅଲିଭ ରିଡଲେ କଇଁଛ ବାଲିପଠାର ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଥିବାର ସୂଚନା ମିଳିଛି ।

ସାଧାରଣତଃ କଇଁଛ ୩ରୁ ୪ ଫୁଟ ଗଭୀର ଗାତ ଭିତରେ ପ୍ରାୟ ୮୦-୧୦୦ଟି ଅଣ୍ଡା ପ୍ରଦାନ କରିଥାନ୍ତି ବୋଲି ସୁତ୍ରରୁ ପ୍ରକାଶ ।

ରଜନଗରର ଜିଲ୍ଲା ବନ୍ୟ ଅଧିକାରୀ (ଡିଏଫଓ) ବିମଳ ପ୍ରସନ୍ନ ଆଚାର୍ଯ୍ୟ ଓ ଗହୀରମଥା ଅତିରିକ୍ତ ବନ ସଂରକ୍ଷକ ଶ୍ରୀରାମପ୍ରଦ ଅରବିନ୍ଦ ମିଶ୍ର ଏହି କଇଁଛ ଗୁଡିକର ସୁରକ୍ଷା ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି।

ରାଜ୍ୟ ସରକାର ୧୯୯୭ ମସିହାରେ ଏହି ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ରୂପେ ଘୋଷଣା କରିଥିଲେ ।

Leave A Reply

Your email address will not be published.