Latest Odisha News

BREAKING NEWS

ଗଜପତିରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କାମ୍ବାଇ ଗ୍ରାମରେ ଶନିବାର ଦିନ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାନୁଯାୟୀ ମୃତ ଯୁବତୀଙ୍କ ନାମ ସସ୍ମିତା ମାଝି । ସେ ଆଜି କୌଣସି କାରଣବଶତଃ ବିଷ ପିଇଦେଇଥିଲେ । ପରବର୍ତ୍ତୀ ସମୟରେ ପରିବାର ସଦସ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ ପ୍ରେମଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି ।

ତେବେ ସେ ଆତ୍ମହତ୍ୟା କରିବାର ସଠିକ୍ କରଣ ସମ୍ପର୍କରେ ଏଯାବତ୍ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.