Latest Odisha News

BREAKING NEWS

କଟାମୁଣ୍ଡ ମାମଲାରେ ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ବର : ମହିଳାଙ୍କୁ ହତ୍ୟା ପରେ ମୁଣ୍ଡ କାଟିବା ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ହତ୍ୟାକାରୀ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫସି କୋର୍ଟ । ପୋଲିସ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରଥିଲା । କିନ୍ତୁ କୋର୍ଟ ୩ ଦିନ ପାଇଁ ରମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ଗତକାଲି କଟାମୁଣ୍ଡ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଭରତପୁର ଜଙ୍ଗଲରୁ ମିଳିଥିଲା ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତକୁ ସ୍ପଟ ଉପରକୁ ନେଇ କ୍ରାଇମ୍ ସିନ୍ ରି-କ୍ରିଏସନ କରିଥିଲା ପୋଲିସ ।

ଗତ ୪ ତାରିଖରେ ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ଅନ୍ଧାରୁଆ-ଦାସପୁର ରାସ୍ତା ମୃତଦେହକୁ ପିଙ୍ଗି ଦେଇଥିଲେ । ତେବେ ପରିଚୟ ନଷ୍ଟ କରିବା ପାଇଁ ଅଭିଯୁକ୍ତ ମୃତ ପୁଷ୍ପଲତାଙ୍କ ମୁଣ୍ଡ କାଟି ଭରତପୁର ଜଙ୍ଗଲରେ ଫୋପାଡି ଦେଇଥିଲେ । ଘଟଣାର ୮ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।

Leave A Reply

Your email address will not be published.