Latest Odisha News

BREAKING NEWS

୫ ଲକ୍ଷ ଦେଲେ ୨୦ ଲକ୍ଷ ମିଳିବ କହି ବାଲି ବାକ୍ସ ଧରାଇ ଦେଲା ଠକ

ଭଦ୍ରକ: ୫ଲକ୍ଷ ଟଙ୍କା ନେଇ ପଇସା ବାକ୍ସ ବଦଳରେ ବାଲି ଓ ଗୋଡ଼ି ଥିବା ବାକ୍ସ ଧରାଇ ଦେଲା ଠକ। ଏପରି ଲୋଭନୀୟ ଅଫର ଦେଖାଇ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଦେଲା ଠକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ।

ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୬ ତାରିଖରେ ବଣିଆ ପଞ୍ଚାୟତର ନାରାୟଣ ସେଠୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏହି କଲରେ କୁହାଯାଇଥିଲା ଯେ ଯଦି ସେ ୫୦୦ ଟାଙ୍କିଆ ନୋଟ୍ ୫ ଲକ୍ଷ ଟଙ୍କା ଦେବେ, ତାହା ହେଲେ ୪ ଥରରେ ୨୦ ଲକ୍ଷ ଟଙ୍କା ତୁମେ ପାଇବ। ଜଣେ ଯୁବକଙ୍କ ଏପରି ଲୋଭନୀୟ ଅଫର ପାଇ ଟଙ୍କା ଲୋଭରେ ପଡ଼ିଯାଇଥିଲେ ନାରାୟଣ।

ଚଣ୍ଡିଖୋଲ ପାରାଦୀପ ରୋଡ଼ ଟୋଲ ଗେଟ୍ ନିକଟରେ ଟଙ୍କା ଦିଆନିଆ ହେବ ବୋଲି ଯୁବକ ଜଣଙ୍କ କହିଥିଲେ। କିଛିଦିନ ପରେ ନାରାୟଣ ୫ ଲକ୍ଷ ଟଙ୍କା ନେଇ ଯୁବକ ଜଣଙ୍କ କହିଥିବା ସ୍ଥାନକୁ ଯାଇଥିଲେ। ଘଟଣାସ୍ଥଳରେ ଦୁଇ ଜଣ ଯୁବକ ନାରାୟଣଙ୍କୁ ଭେଟି ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ନେଇ ଗୋଟେ ବାକ୍ସ ଦେଇ ଏଥିରେ ୨୦ ଲକ୍ଷ ଟଙ୍କା ଅଛି ବୋଲି କହି ପଳାଇ ଯାଇଥିଲେ।

ପରେ ନାରାୟଣ ଏହି ବାକ୍ସଟି ଚାବି ଲାଗିଥିବା ଦେଖି ତାଲା ଭାଙ୍ଗି ବାକ୍ସ ଖୋଲିବାରୁ କିଛି ୧୦୦ ଟଙ୍କିଆ ରହିଥିଲା ଆଉ ବାକ୍ସଟି ସମ୍ପୂର୍ଣ୍ଣ ବାଲି ଗୋଡ଼ିରେ ଭର୍ତ୍ତି ଥିଲା। ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଗତ ୨୨ ତାରିଖ ଦିନ ଭଦ୍ରକ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ କରି ଏହି ସ୍କାମରେ ସମ୍ପୃକ୍ତ ଥିବା ଦୋଳସାହି ଜିତାନଗା ଅଞ୍ଚଳର ବୁଲୁ ପତି ଓ କଟକ ମାହାଙ୍ଗା ଥାନା କାଉଡାଖୋଳ ଅଂଚଳର ପ୍ରିୟରଞ୍ଜନ ନାୟକ ନାମକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ପାଖରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା, ୪ ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିବା ସହ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.