Latest Odisha News

ଆଖି ବୁଜିଲା ସିଂହୀ ‘ରେୱା’, ଦୁଇ ଦିନ ପୂର୍ବେ ୩ ଶାବକଙ୍କୁ ଦେଇଥିଲା ଜନ୍ମ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେୱା’ର ମୃତ୍ୟୁ ଘଟିଛି। ୮ ବର୍ଷ ବୟସ୍କା ସିଂହୀର ରେୱା ପ୍ରସବକାଳୀନ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ ଜାନୁଆରୀ ୨୫ ତାରିଖରେ ତୃତୀୟ ଥର ପାଇଁ ସିଂହୀ ରେୱା ମା’ ହେବା ସହ ୩ଟି ଶାବକକୁ ଜନ୍ମ ଦେଇଛି।

ପ୍ରଥମ ଶାବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଟି ଶାବକ ଆଇସିୟୁରେ ଭର୍ତ୍ତି ଅଛନ୍ତି। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି। ୨ ଜୀବିତ ଶାବକଙ୍କ ମଧ୍ୟରୁ ଗୋଟିଏ ମାଈ, ଅନ୍ୟଟି ଅଣ୍ଡିରା। ଜନ୍ମିତ ଶାଵକ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଶାବକକୁ ମା’ ରେୱା ନେଇ ନଥିଲା । ଯାହା ଫଳରେ ମା’ ଠାରୁ ଛୁଆ ଦୁଇଟିକୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହସ୍ତପାଳିତ କେନ୍ଦ୍ରକୁ ପଠାଇଦିଆଯାଇଛି। ଏମାନଙ୍କର ଗତିବିଧି ଉପରେ ନଜର ରଖିଛି ନନ୍ଦନକାନନ କର୍ତ୍ତୃପକ୍ଷ।

ଅନ୍ୟପଟେ ରେୱା ଶାବକଙ୍କୁ ଜନ୍ମଦେବା ପରେ ଅର୍ଥାତ୍ ୨୬ ତାରିଖରେ ମାତୃତ୍ବକୁ ନେଇ ସିଂହୀର ଶରୀରରେ ଜଟିଳତା ଦେଖା ଦେଇଥିଲା। ଏହାପରେ ଆଜି ସକାଳେ ତାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ୭ ବର୍ଷ ବୟସରେ ରେୱାକୁ ୨୦୨୦, ଡିସେମ୍ବର ୨୦ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରର କମଲା ନେହେରୁ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା।

Comments are closed.