Latest Odisha News

ବଜାରକୁ ଆସିବ ରିଏଲମିର ଏହି ସ୍ମାର୍ଟଫୋନ୍, ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ରିଏଲମି ନିଜର ଗ୍ରାହକଙ୍କ ପାଇଁ ଏକ ନୂତନ ସ୍ମାର୍ଟଫୋନ୍ ଆଣୁଛି । କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ ରିଏଲମି ନେଓ 7SE (Realme Neo 7 SE) ରହିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ତାରିଖ ସମ୍ବନ୍ଧରେ କୌଣସି ଅଫିସିଆଲ୍ ବିବରଣୀ ପ୍ରଦାନ କରିନି । କିନ୍ତୁ ଏହାର ଲିକ୍ସ ସାମ୍ନାକୁ ଆସିଛି ।

ରିଏଲମିର ଏହି ସ୍ମାର୍ଟଫୋନ୍ ବଜାରରେ ଭିଭୋ ଏବଂ ଓପୋ ଫୋନକୁ ସିଧାସଳଖ ଟକ୍କର ଦେବ ।

ରିଏଲମି ଦ୍ୱାରା ପୂର୍ବରୁ କୁହାଯାଇଛି ଯେ, ରିଏଲମି ନେଓ 7SE ରେ ଡାଇମେନସିଟି ୮୪୦୦ ମ୍ୟାକ୍ସ ଚିପସେଟ ଉପଲବ୍ଧ ହେବ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଫୋନର ସ୍ପିଡ ଦମଦାର ରହିବ । TENAA ଲିଷ୍ଟ ଅନୁସାରେ, ଏହି ଫୋନରେ ୬୮୫୦ mAhର ଏକ ବଡ ବ୍ୟାଟେରୀ ରହିବ । ଏହି ସ୍ମାର୍ଟଫୋନରେ ଆପଣ ୬.୭୮ ଇଞ୍ଚର AMOLED ପ୍ୟାନେଲ୍ ଥିବା ଡିସପ୍ଲେ ପାଇପାରିବେ ।

ସ୍ମାର୍ଟଫୋନର ପଛରେ ଏଲଇଡି ଫ୍ଲାସ ସହିତ ଡୁଆଲ୍ କ୍ୟାମେରା ସେଟଅପ୍ ରହିବ । ଏଥିରେ ଆପଣଙ୍କୁ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ୮ ମେଗାପିକ୍ସେଲ ସେକେଣ୍ଡାରୀ କ୍ୟାମେରା ସେନସର ମିଳିବ । ଏଥିସହ ଆପଣଙ୍କୁ ୧୬ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିବ ।

ତିନୋଟି ମଡେଲରେ ରିଏଲମି ନେଓ 7SE ଲଞ୍ଚ ହୋଇପାରେ । ଏଥିରେ ଆପଣ ୮ଜିବି RAM,୧୫ଜିବି RAM ଏବଂ ୨୪ ଜିବି RAMର ବିକଳ୍ପ ମିଳିପାରେ । ସେହିଭଳି ସ୍ମାର୍ଟଫୋନରେ ଆପଣ ୧୨୮ ଜିବି ଷ୍ଟୋରେଜ୍, ୨୫୬ ଜିବି ଷ୍ଟୋରେଜ୍, 512 ଜିବି ଷ୍ଟୋରେଜ୍ ରହିବ । ସିକ୍ୟୁରିଟି ପାଇଁ ଏହି ଫୋନରେ ଇନ-ଡିସପ୍ଲେ ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିବ । ଡିଭାଇସକୁ କଣ୍ଟ୍ରୋଲ କରିବା ପାଇଁ IR ବ୍ଲାଷ୍ଟର ଫିଚର ମଧ୍ୟ ମିଳିବ ।

ଏକ ୟୁନିକ ଡିଜାଇନ୍ ଓ ଦମଦାର ଫିଚର ସହ ଏହି ସ୍ମାର୍ଟଫୋନ୍ ବଜାରକୁ ଆସିବ ।

Comments are closed.