Latest Odisha News

BREAKING NEWS

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୩୦ ଆହତ

ଜୟପୁର: ଘାଟିରେ ଓଲଟିଲା ବରଯାତ୍ରୀ ଗାଡି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କୁମୁଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗୁରୁମାଇ ଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।

ବୋଡିଗାଁରୁ ମୁଣ୍ଡିଗୁଡାକୁ ୩୫ ଜଣ ବରଯାତ୍ରୀଙ୍କୁ ନେଇ ଏକ ୪୦୭ ଗାଡ଼ି ବାହାଘରକୁ ଯାଉଥିବା ବେଳେ ଗୁରୁମାଇ ଗୁଡ଼ା ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଗାଡ଼ିରେ ଥିବା ୩୫ଜଣଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୁମୁଲି ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ବିସିଂହପୁର ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି।

Leave A Reply

Your email address will not be published.