Latest Odisha News

BREAKING NEWS

ବଜ୍ରପାତ ସହିତ ଝଡ଼ବର୍ଷା ସମ୍ଭାବନା: ଜାଣନ୍ତୁ, କେଉଁ ଜିଲ୍ଲା ଲାଗି ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପାଣିପାଗ ସମ୍ପର୍କିତ ସଦ୍ୟତମ ସୂଚନାନୁଯାୟୀ ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର କେତୋଟି ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି ।

BjdElectrycity

ଯେଉଁସବୁ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି ଜିିଲ୍ଲା ଗୁଡ଼ିକ ହେଲା – ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଏବଂ କଟକ ଜିଲ୍ଲା । ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ ।

ଆଜି ସନ୍ଧ୍ୟା ୬ଟା ୩୦ ମଧ୍ୟରେ ଏହିସବୁ ସ୍ଥାନମାନଙ୍କରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ସେହିପରି ଭାବେ ଯେଉଁସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ, ସମ୍ବଲପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ।

Leave A Reply

Your email address will not be published.