Latest Odisha News

BREAKING NEWS

ଓଡ଼ିଶା ଠାରୁ ମାତ୍ର ୫୦୦ କିମି ଦୂରରେ ପଙ୍ଗପାଳ: କୃଷି ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାଠାରୁ ମାତ୍ର ୫ଶହ କିଲୋମିଟର ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରେ ଅଛନ୍ତି। ତେବେ ଏମାନେ ଓଡ଼ିଶା ଆସିବା ନେଇ ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଳାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କହିଛନ୍ତି କୃଷି ନିର୍ଦ୍ଦେଶକ ଏମ୍‌.ମୁ୍‌ଥୁକୁମାର ।

ସେପଟେ ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି । କଳ୍ପନା ଫାୟାର ଷ୍ଟେସନ ପଛ ପଟେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଚାଲିଛି ମକ୍ ଡ୍ରିଲ । ୩୦ ଫୁଟ ଗଛ ଉପରକୁ କେମିକାଲ ପାଣି ସ୍ପ୍ରେ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ୯ଟି ହାଇରିସ୍କ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି ଓ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଙ୍ଗପାଳ ମୁକାବିଲା ପାଇଁ ୧୦୧ଟି ଦମକଳ କେନ୍ଦ୍ରରେ ୯୧ଟି ହାଇ ଟେଣ୍ଡର ଗାଡି ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

Leave A Reply

Your email address will not be published.