Latest Odisha News

BREAKING NEWS

ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨ ମୃତ ୪୫ ଆହତ

ଭଦ୍ରକ: ରାସ୍ତା କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ହେଉଛି ଏକ ତୀର୍ଥଯାତ୍ରୀ ବସ୍ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଯାତ୍ରୀ ଆହତ ହୋଇଛନ୍ତି ।

ଆହତ ଯାତ୍ରୀଙ୍କ ମଧ୍ୟରେ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟ ଆହତ ମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ,ତୀର୍ଥଯାତ୍ରୀ ବସ୍ ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ତାମିଲନାଡୁର ରାମେଶ୍ୱରମ୍ ଦେଇ ପୁରୀ ଅଭିମୁଖେ ଯାଉଥିଲା । ଉକ୍ତ ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ସମସ୍ତେ ରାଞ୍ଚି ଅଞ୍ଚଳର ବୋଲି ଜଣାପଡିଛି । ୧୬ନଂ ଜାତୀୟ ରାଜପଥ ଭଦ୍ରକ ବାରିକପୁର ନିକଟରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପୂର୍ବରୁ ଏକ ଧାନ ବୋଝେଇ ଟ୍ରକ ରାସ୍ତା କଡରେ ଛିଡା ହୋଇଥିବା ବେଳେ ତୀର୍ଥଯାତ୍ରୀ ଉକ୍ତ ଟ୍ରକ୍ କୁ ସାମ୍ନାପଟୁ ଧକ୍କା ଦେଇଥିବା ଜଣା ପଡ଼ିଛି ।

ଦୁର୍ଘଟଣା ଶିକାର ହୋଇଥିବା ତୀର୍ଥଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।

Leave A Reply

Your email address will not be published.