Latest Odisha News

BREAKING NEWS

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି ।

ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ବିଦ୍ୟୁତ ତାର ଲାଗି ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା । ଏଥିପାଇଁ ଦାୟିତ୍ୱରେ ଅବହେଳା ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡକୁ ନିଲମ୍ବିତ କରିଛନ୍ତି ଢେଙ୍କାନାଳ ଡିଏଫଓ ।

ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ଵର୍ଣପ୍ରଭା ସେଠଙ୍କୁ ଦାୟିତ୍ୱରେ ଅବହେଳା ଯୋଗୁଁ ହାତୀଟି ବିଦ୍ୟୁତ ତାରରେ ଫସିଥିଲା । ବିଦ୍ୟୁତ ଆଘାତ ଲାଗି ୨୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଛି ବୋଲି ଡିଏଫଓ ମତବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖ ଦିନ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା ।

ରାଜ୍ୟରେ ହାତୀ ମୃତ୍ୟୁ ଥମିବାରେ ରୋକ୍ ଲାଗୁନଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ଲଗାତାର ହାତୀ ମୃତ୍ୟୁ ସାମ୍ନାକୁ ଆସୁଛି। ଶିକାରୀର ବିଦ୍ୟୁତ ତାର ଜାଲ ସଂସ୍ପର୍ଶରେ ହେଉ ଅବା ଗୁଳି ବିଦ୍ଧ ହୋଇ, ଦିନକୁ ଦିନ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.