Latest Odisha News

କଟକ ଜଗତପୁରରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ପୁଣି ଠାବ ହୋଇଛି ନକଲି ଘିଅ କାରଖାନା । ପୋଲିସ ଚଢ଼ାଉ କରି ନକଲି ଘିଅ ଜବତ କରିଛି । ଅସଲି ବ୍ରାଣ୍ଡରେ ଭେଜାଲ ମାଲ୍ ରଖି ଗ୍ରାହକଙ୍କୁ ଠକୁଥିଲା କମ୍ପାନୀ । ସୁବାସ ବ୍ରାଣ୍ଡର ଅପମିଶ୍ରିତ ସାମଗ୍ରୀକୁ ପୋଲିସ ଜବତ କରି ନଷ୍ଟ କରିଛି ।

କେବଳ ଘିଅ ନୁହେଁ, ସୁବାସ ବ୍ରାଣ୍ଡର ବିପୁଳ ପରିମାଣର ସସ୍‌, ସ୍କ୍ବାସ୍ ଆଚାର ନଷ୍ଟ କରାଯାଇଛି । ଗତ ନଭେମ୍ବର ୩୦ ତାରିଖରେ ସୁବାସ କମ୍ପାନୀ ଉପରେ ଚଢାଉ ହୋଇ ବିପୁଳ ପରିମାଣରେ ଅପମିଶ୍ରିତ ସସ୍, ଘିଅ, ସ୍କ୍ବାସ୍ ଓ ଆଚାର ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଆଉ ଏବେ ଜବତ ସାମଗ୍ରୀକୁ ନଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ନକଲି ସାମଗ୍ରୀକୁ ନଷ୍ଟ କରାଯାଇଛି ।

କଟକ ଓ ଆଖପାଖ ଅଞ୍ଚଳରେ କିଛି ମାସ ମଧ୍ୟରେ ୨୪ଟି ଚଢାଉ ହୋଇଥିଲା । ଏହି ସମୟରେ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି । ପ୍ରଥମ ଥର ପାଇଁ ସୁବାସ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ଚଢ଼ାଉ କରି ଏସବୁକୁ ନଷ୍ଟ କରାଯାଇଛି । ସୁବାସ ଘିଅ ନାଁରେ ଫ୍ୟାକ୍ଟି ଚଲାଇଥିବା ମାଲିକକୁ ପୂର୍ବରୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.