Latest Odisha News

ଓକିଲଙ୍କୁ ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଝାରସୁଗୁଡ଼ା: ଆଫିଡେବିଟ୍ ପାଇଁ ମନା କଲେ ଓଲଟା ଓକିଲଙ୍କୁ ଦୁର୍ବ୍ୟବହାର କଲେ ଅତିରିକ୍ତ ତହସିଲଦାର । ଝାରସୁଗୁଡ଼ା ତହସିଲର ଅତିରିକ୍ତ ତହସିଲାଦର ରେସମା ଟେଟେ ଓକିଲଙ୍କ ପ୍ରତି ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି ।

ଯାହାର ପ୍ରତିବାଦରେ ଆଜି ଆଇନଜୀବୀ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଦାବି କରିଥିଲେ ଅତିରିକ୍ତ ତହସିଲଦାର ରେସମା ଟେଟେଙ୍କୁ ତୁରନ୍ତ ବଦଳି କରାଯାଉ । ବାରମ୍ବାର ଅତିରିକ୍ତ ତହସିଲଦାର ଏଭଳି ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ।

ଶେଷରେ ଆନ୍ଦୋଳନରତ ଓକିଲଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା ପରେ ଆଇନଜୀବୀ ଧାରଣାରୁ ଉଠିଛନ୍ତି । ତେବେ ଆଜିର ସମାଧାନରେ ସନ୍ତୁଷ୍ଟ ନଥିବା ଓକିଲ କହିଛନ୍ତି ଅତିରିକ୍ତ ତହସିଲଦାରଙ୍କୁ ତୁରନ୍ତ ବଦଳି କରାଯାଉ ନହେଲେ ପୁଣି ଏମିତି ସ୍ଥିତି ଉପୁଜିବ ।

Leave A Reply

Your email address will not be published.