Latest Odisha News

BREAKING NEWS

ପାଣିରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ, ଦୁର୍ଘଟଣାରେ ମାଆ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ମଧୁବନ ଗ୍ରାମରେ ପାଣିରେ ବୁଡି ୨ ଜଣ ନାବାଳିକାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସେମାନଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଦୁହିଁଙ୍କ ମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବାବେଳେ ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ ଦୁହେଁ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ ଦୁର୍ଭାଗ୍ୟବଶତଃ ଅଚାନକ ପାଣିରେ ବୁଡିଯାଇଥିଲେ । ପରେ ପିଲାମାନଙ୍କ ବଞ୍ଚିବା ଆଶାରେ ପରିବାର ଲୋକେ ସେମାନଙ୍କୁ ଏକ ଗାଡିରେ ସ୍ଥାନୀୟ ହସ୍ପିଟାଲକୁ ନେଉଥିବା ବେଳେ ଗାଡିଟି ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଗାଡିରେ ଥିବା ଦୁହିଁଙ୍କ ମାଆମାନେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.