ବୌଦ୍ଧ:ବଜ୍ରପାତ ଦୁଇ ଜଣ ନାବାଳକଙ୍କର ଜୀବନ ନେଇଛି। କ୍ରିକେଟ ଖେଳି ଯାଇଥିବା ବେଳେ ବର୍ଷା ହେବାରୁ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରାଘାତ ହେବା ଯୋଗୁଁ ଉଭୟ ପ୍ରାଣ ହରେଇଛନ୍ତି । ଏହିଭଳି ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଝାଙ୍କରପଡାରେ ।
ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଝାଙ୍କରଡ଼ା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଚଉଁରିଆପଦର ଗାଁର ଚରନ କୁମ୍ଭାର ବୋଲି ଜଣାପଡିଛି ।
ଖବରମୁତାବକ, ବିଶ୍ବଜିତ ଏବଂ ଚରନ କ୍ରିକେଟ ଖେଳି ଯାଇଥିବା ବେଳେ ବର୍ଷା ହେବାରୁ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରାଘାତ ହୋଇଥିଲା। ଉଭୟେ ଟଳି ପଡ଼ିଥିଲେ । ତୁରନ୍ତ ଉଭୟଙ୍କୁ ମନମୁଣ୍ଡା ମେଡିକାଲ ଓ ପରେ ସୋନପୁର ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯାଲୋଏ ପଞ୍ଚାୟତରେ ଆଜି ବଜ୍ରପାତରେ ଏକ ଛଣ ଛପର ଘର ପୋଡ଼ିଯାଇଛି। ଏଥିରେ ଥିବା ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ସରପଞ୍ଚ ନିବେଦିତା ମିଶ୍ର ପହଂଚି ପ୍ରାଥମିକ ସହାୟତା କରିଛନ୍ତି। ଉଲୁଣ୍ଡା ତହସିଲଦାର ମମତା ମେହେର କୁ ଫୋନ ଯୋଗେ ଜଣାଇ ପରବର୍ତ୍ତୀ ସହାୟତା ଦେବାକୁ ଅନୁରୋଧ କରିଛନ୍ତି।
