Latest Odisha News

BREAKING NEWS

ନିଖୋଜ ଶିଶୁର ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର: କୂଅ ଭିତରୁ ଉଦ୍ଧାର ହେଲା ନିଖୋଜ ଶିଶୁର ମୃତ ଦେହ। ଶୁକ୍ରବାରଠାରୁ ଏହି ଶିଶୁଟି ନିଖୋଜ ଥିବା ବେଳେ ପୁଲିସର ଛାନଭିନ ଜାରି ରହିଥିଲା। ସୁବର୍ଣ୍ଣପୁରର ଉଲୁଣ୍ଡା ଅଇଁଲାଛାଟ ଗାଁର ଏହି ଶିଶୁଟିକୁ ପାଖ ପଡୋଶୀ ମହିଳା ଗେଲ କରିବାକୁ ନେଇଥିବା ବେଳେ ତା ପରଠାରୁ ଶିଶୁଟିର ପତ୍ତା ମିଳିନଥିଲା ।

ତେବେ ମହିଳା ଜଣକ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ଶିଶୁଟି କେଉଁଠାରେ ଅଛି ସ୍ପଷ୍ଟ କରିପାରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିବା ବେଳେ ଥାନାରେ ଏନେଇ ଏତଲା ଦେଇଥିଲେ।

ତେବେ ସ୍ଥାନୀୟ ଲୋକେ ସନ୍ଦେହ କରି ଦମକଳ ବାହିନୀ ଦ୍ୱାର ଖୋଜାଖୋଜି କରିବା ପରେ କୂଅ ଭିତରୁ ଏହି ଶିଶୁଟିକୁ ଉଦ୍ଧାର କରାଯାଇଛି। ତେବେ ଘଟଣାନେଇ ପୁଲିସ ପକ୍ଷରୁ ଅଧିକ ପଚରାଉଚରା ଜାରି ରହିଛି।

Leave A Reply

Your email address will not be published.