Latest Odisha News

[ଭିଡ଼ିଓ] ମେହରାନଗଢ ଦୁର୍ଗର ଅଭିଶପ୍ତ ଅଷ୍ଟମ ଦ୍ୱାର

ଭୁବନେଶ୍ୱର: ଭାରତରେ ଅନେକ ମଠ ମନ୍ଦିର ରହିଛି । ତା ସହିତ ପୁରୁଣା ଇତିହାସ ସହ ସମ୍ପର୍କିତ ରହିଛି ଅନେକ ଦୁର୍ଗ । ଦେଶରେ ଏମିତି ଶହଶହ ଦୁର୍ଗ ରହିଛି । ଆଉ ଦୁର୍ଗ ଗୁଡିକୁ ନେଇ ବି ରହିଛି ଅନେକ କଥା । ସବୁଠି କିଛି ନା କିଛି ରହସ୍ୟ ବି ରହିଛି । ହେଲେ ବହୁତ କିଛି ଏମିତି ରହିଛି ଯେଉଁଠି ରହସ୍ୟ ରହିଥିଲେ ବି ଆମେ ରହସ୍ୟ ଉନ୍ମୋଚନ କରିବା ସମ୍ଭବପର ହୋଇନାହିଁ ।

ରାଜସ୍ଥାନ ଯୋଧପୁର ସହରର ମଝିରେ ରହିଛି ମେହରାନଗଢ ଦୁର୍ଗ। ଏହି ଦୁର୍ଗ ଅନ୍ୟ ଦୁର୍ଗ ଅପେକ୍ଷା ଭିନ୍ନ ବୋଲି ବିବେଚନା କରାଯାଏ । ଏହା ଶହ ଶହ ବର୍ଷ ପୁରୁଣା ହୋଇଥିଲେ ବି ଏହାକୁ ବଡ଼ ରହସ୍ୟମୟ ଆଖ୍ୟା ଦିଆଯାଇଛି ।

ଏହି ଦୁର୍ଗଟି ୧୨୫ ମିଟର ଉଚ୍ଚତାରେ ନିର୍ମାଣ ହୋଇଛି । କୁହାଯାଏ ଏହାର ନିର୍ମାଣ କାର୍ଯ୍ୟ ମହ।।ରାଜ ଯଶୱନ୍ତ ସିଂହ କରିଥିଲେ। ବହୁ ପ୍ରାଚୀନ ଆଉ ବିଶାଳ ଏହି ଦୁର୍ଗ ଭାରତ। ସମୃଦ୍ଧଶାଳୀ ଇତିହାର ପ୍ରତୀକ ବୋଲି କୁହାଯାଏ । ଏଥିରେ ୮ଟି ଦ୍ୱାର ରହିଛି। ହେଲେ ଦୁର୍ଗର ଅଷ୍ଟମ ଦ୍ୱାର ନେଇ ସବୁବେଳେ ଚର୍ଚ୍ଚା ରହିଛି । ଏହି ଅଷ୍ଟମ ଦ୍ୱାରକୁ ରହସ୍ୟମୟୀ ଦ୍ୱାର ବୋଲି କୁହାଯାଉଛି ।

ମେହରାନଗଢ଼ ଦୁର୍ଗ ଭିତରେ ଅନେକ ଭବ୍ୟ ମହଲ, କାରୁକାର୍ୟ୍ୟପୁର୍ଣ କବାଟ ଏବଂ ଝରକା ରହିଛି । ଏଥିରେ ମୋତି ମହଲ, ଫୁଲ ମହଲ, କାଚ ମହଲ ସ୍ୱତନ୍ତ୍ର । ଦୁର୍ଗ ନିକଟରେ ମା’ ଚାମୁଣ୍ଡାଙ୍କ ମନ୍ଦିର ରହିଛି । ନବରାତ୍ରି ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ ।

କିମ୍ବଦନ୍ତୀ କହେ ଏହା ହେଉଛି ଏକ ଅଭିଶପ୍ତ ଦୁର୍ଗ । ଆଉ ଏହି ଅଭିଶାପ ଯୋଗୁ ଦୁର୍ଗରେ କେହି ରହିପାରିନାହାନ୍ତି ଆଜି ପର୍ଯ୍ୟନ୍ତ। ହଜାର ହଜାର ଚଢେଇଙ୍କ ଆବାସସ୍ଥଳୀ ପାଲଟିଥିବା ଦୁର୍ଗକୁ ଚିଡିଆଟୋଙ୍କ ବୋଲି ମଧ୍ୟ କୁହାଯାଏ ।

ରହସ୍ୟମୟ ଏହି ଦୁର୍ଗରେ କେହି ତିଷ୍ଠି ପାରନିଥିଲେ। ହେଲେ ଏହା ଅଭିଶାପ ଯୋଗୁ ନା ଆଉ କିଛି ରହସ୍ୟ ଅଛି । ଯାହାକି ଏବେ ବି ରହସ୍ୟମୟ ହୋଇ ରହିଛି।

Leave A Reply

Your email address will not be published.