Latest Odisha News

BREAKING NEWS

ବାର ବିବାଦରୁ ଲିଗାଲ ୱାର: ୩ କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି

ନୂଆଦିଲ୍ଲୀ: ବିଜେପିର ଟାଣୁଆ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଝିଅ ନାମରେ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ କଂଗ୍ରେସର ୩ ନେତା ପୱନ ଖେରା, ଜୟରାମ ରମେଶ ଓ ନେଟା ଡିସୁଜାଙ୍କ ବିରୋଧରେ ଆଇନଗତ ନୋଟିସ ପଠାଇଛନ୍ତି । ନିଃସର୍ତ କ୍ଷମାପ୍ରାର୍ଥନା କରିବାକୁ ସ୍ମୃତି ଏହି କଂଗ୍ରେସ ନେତାମାନଙ୍କୁ କହିଛନ୍ତି । ସୂଚନାଯୋଗ୍ୟ, ଗୋଆରେ ସ୍ମୃତିଙ୍କ ଝିଅ ବେଆଇନ ଭାବେ ବାର ଚଳାଉଥିବା ଏହି କଂଗ୍ରେସ ନେତାମାନେ ଅଭିଯୋଗ ଆଣିଥିଲେ । ମିଥ୍ୟା ଅଭିଯୋଗ ଯୋଗୁ ମୋ ଝିଅର ମାନ ତଳେ ପଡିଛି । ଗାନ୍ଧୀ ପରିବାର ସହ ଲଢ଼ୁଥିବାରୁ ମୋ ପରିବାର ପଛରେ ସେମାନେ ପଡିଛନ୍ତି ବୋଲି ଏହି ବିଜେପି ନେତ୍ରୀଜଣକ କହିଛନ୍ତି । କୋର୍ଟରେ ମୁଁ ଏହାର ଜବାବ ରଖିବି । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଏ ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ଉପସ୍ଥାପନ କରୁଛି ।

Leave A Reply

Your email address will not be published.