Latest Odisha News

BREAKING NEWS

ପଞ୍ଜାବ ସୀମାରେ ୨ ପାକ୍ ଡ୍ରୋନକୁ ଘଉଡ଼ାଇଲା ବିଏସଏଫ୍

ଚଣ୍ଡିଗଡ: ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଠାବ ହୋଇଛି ପାକିସ୍ତାନୀ ଡ୍ରୋନ ।  ପଞ୍ଜାବର ଗୁରୁଦାସପୁର ଜିଲ୍ଲା କୋସୋଓ୍ୱାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନା ଦେଖିବାକୁ ମିଳିଥିବା ସୂଚନା ଦେଇଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ) । ଗତକାଲି ରାତିରେ ଡ୍ରୋନକୁ ଦେଖି ଯବାନମାନେ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନଟି ପୁଣି ଥରେ ପାକିସ୍ତାନ ଆଡ଼କୁ ଫେରିଯାଇଥିଲା ।

ଏହି ଡ୍ରୋନକୁ ଦେଖି ବିଏସଏଫ୍ ୯୬ ରାଉଣ୍ଡ ଗୁଳି ଚଳାଇଥିଲା ଓ ୫ଟି ଇଲୁମିନେସନ୍ ବୋମା ଫିଙ୍ଗିଥିଲେ ବୋଲି ସେନା ଅଧିକାରୀ କହିଛନ୍ତି ।

ଭାରତୀୟ ବିଏସଏଫ୍ ସୀମାରେଖା ନିକଟରେ ସର୍ଚ୍ଚ ଅପରେସନ କରିଛନ୍ତି । ସେହିପରି ଅମୃତସର ଜିଲ୍ଲା ଛନ୍ନ ପଟାନଠାରେ ରାତି ୧୧ଟା ୪୬ରେ ଆଉ ଏକ ଡ୍ରୋନକୁ ଠାବ କରିଥିଲେ ଯବାନ ।  ବିଏସଏଫ୍ ଯବାନ ୧୦ ରାଉଣ୍ଡ ଗୁଳି ଚଳାଇବା ପରେ ଏହା ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲା ।

Leave A Reply

Your email address will not be published.