Latest Odisha News

ବଙ୍ଗୋପସାଗରରେ ଅବପାତ, ୨ ଦିନ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ରବିବାର ରାଜ୍ୟର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରି ସହ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଛି ।

ରାଜ୍ୟରେ ଶୀତ ଲହରୀ ଲାଗି ରହିଥିବା ବେଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତର ବାହ୍ୟ ବଳୟ ସହ ଜଡ଼ିତ ମେଘ ଖଣ୍ଡ ପ୍ରଭାବରେ ୨୧ ଓ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୨୩ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ । ରାତି ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ଡିଗ୍ରୀ କମ୍ ରହିବ । ଆସନ୍ତା ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.