Latest Odisha News

BREAKING NEWS

ମାମୁଘର ଯାତ୍ରା ଦେଖିବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ଛାତ୍ରୀ

ବ୍ରହ୍ମପୁର :ବେଳାଭୂମିରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ସମୁଦ୍ରରେ ଗାଧୋଇବାକୁ ଆସି ଭାସିଗଲେ ଦୁଇ ଜଣ ଛାତ୍ରୀ । ଆଜି ସକାଳୁ ସକାଳୁ ଏମିତି ଅଘଟଣ ଘଟିଛି   ଗଞ୍ଜାମ ଆର୍ଯ୍ୟପଲ୍ଲି ଗ୍ରାମରେ । ଏମାନଙ୍କ ମଧ୍ୟରୁ  ଜଣଙ୍କର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବାବେଳେ  ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି।  ମୃତ ଛାତ୍ରୀଙ୍କ ନାଁ ସ୍ୱପ୍ନା ରାଣୀ ପଣ୍ଡିତ ଓ ଘର କନିଷିରେ ବାଲି ଜଣାଯାଇଛି । ସେହିପରି ନିଖୋଜ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ ବୋଲି ଜଣାଯାଇଛି ।

ଦୁଇ ଛାତ୍ରୀ ଯାତ୍ରା ଦେଖିବା ପାଇଁ ନିଜ ମାମୁଁଙ୍କ ଘରକୁ ଆସିଥିଲେ । ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ୫ ଜଣ ଭାସି ଯାଇଥିଲେ । ତେବେ ତୁରନ୍ତ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଥିଲା । କିନ୍ତୁ ସ୍ୱପ୍ନା ଓ ପ୍ରଜ୍ଞାରାଣୀ  ସମୁଦ୍ର ସ୍ରୋତରେ ଭାସି ଯାଇଥିଲେ । ଗ୍ରାମବାସୀ ଏବଂ ଓଡ୍ରାଫ ବାହିନୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.