Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ଲାଗିଲା ଭାରତୀୟ ଯୁଦ୍ଧଜାହାଜ; ଆଜି ଦେଖିପାରିବେ ସର୍ବସାଧାରଣ

ପାରାଦୀପ: ଭାରତୀୟ ନୌସେନାର ୨ଟି ଜାହାଜ ଆଇଏନଏସ ରାଣା ଓ ଆଇଏନଏସ ଘଡ଼ିଆଳ ଶନିବାର ରାତିରେ ପାରାଦୀପ ବନ୍ଦରରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସ୍କୁଲପିଲା ଓ ସର୍ବସାଧାରଣ ଏହାକୁ ଦେଖିବାକୁ ସୁଯୋଗ ପାଇବେ । ତେବେ ଏଥିପାଇଁ ନୌସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପାରାଦୀପ ସ୍ଥିତ ଜୟଦେବ ସଦନ ନିକଟରୁ ଲୋକମାନଙ୍କୁ ବସ ଯୋଗେ ବନ୍ଦର ମଧ୍ୟକୁ ନେଇ ଜାହାଜ ବୁଲାଇବା ପରେ ପୁଣି ଜୟଦେବ ସଦନ ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି।

ସେହିପରି ୨୫ ତାରିଖ ସୋମବାର ଦିନ ସ୍ବତନ୍ତ୍ର ନିମନ୍ତ୍ରୀତ ଅତିଥି ମାନେ ଉକ୍ତ ଜାହାଜ ଦ୍ୱୟକୁ ଦେଖିବାର ବ୍ୟବସ୍ଥା କରାଯାଇଛି।

ସାଧାରଣ ଲୋକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନୌସେନାର କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଅବଗତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିବା କୁହାଯାଉଛି ।

Leave A Reply

Your email address will not be published.