Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ

ଯାଜପୁର: ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଟ୍ରକ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।  ଭୁବନେଶ୍ଵର ସହିଦନଗର ଅଞ୍ଚଳରୁ ଏକ ପରିବାର ଯାଜପୁର ବିରଜା ଦର୍ଶନ ପାଇଁ ଯାଉଥିବା ବେଳେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥଲେ  । କାରର  ଡ୍ରାଇଭର ହ୍ୟାଣ୍ଡବ୍ରେକ ନ ପକାଇ ବାହାର କୁ ଯାଇଥିବା ସମୟରେ ଗାଡି ଟି ଗଡିବାକୁ ଲାଗିଥିଲା. ଫଳରେ ଦୁଇ ମହିଳା ଗାଡିରୁ ଡେ଼ଇ ପଡ଼ିଥିବା ବେଳେ ପଛରୁ ଆସୁଥିବା ଟ୍ରକ ଟି ଧକ୍କା ଦେବା ଫଳରେ ଦୁଇ ମହିଳାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଭୁବନେଶ୍ଵର ସହିଦନଗର ଅଞ୍ଚଳର ଗୀତାରାଣୀ ପାଢ଼ୀ ଓ ସସ୍ମିତା ପାଢ଼ୀ ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.