Latest Odisha News

ସମ୍ବଲପୁରରେ ଗଣ ବିବାହ କଲେ ୨୦ ଦମ୍ପତି

ସମ୍ବଲପୁର: ଜେଏସଡବ୍ଲ୍ୟୁ ବିପିଏସଏଲର ଆକାଂକ୍ଷା ଲେଡିଜ୍ କ୍ଲବ୍ ଦ୍ୱାରା ଆୟୋଜିତ ଏକ ଗଣ ବିବାହ ସମାରୋହରେ ୨୦ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଦମ୍ପତିମାନେ ସେମାନଙ୍କ ପରିବାର ସହ ନୂଆ ଜୀବନ ଆରମ୍ଭ କରିଛନ୍ତି।

ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାର ତଥା ନିଜ ପିଲାମାନଙ୍କ ବିବାହ କରିବାକୁ ଅସମର୍ଥ ଥିବା ପରିବାର ମାନେ ଏହି ଗଣ ବିବାହରେ ସାମିଲ ହୋଇଥିଲେ।

ତେବେ ଏହିଭଳି ପରିବାରର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାର ଦାୟିତ୍ୱ ନେଇଛି ଆକାଂକ୍ଷା ଲେଡିଜ୍ କ୍ଲବ୍ । ସୂଚନା ଅନୁଯାୟୀ ସମସ୍ତ ପରିବାରର ପ୍ରାୟ ୫୦୦ ଅତିଥି, ସହରାଞ୍ଚଳ ବାସିନ୍ଦା, ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତି ଏବଂ ଗ୍ରାମ ସରପଞ୍ଚ ମଧ୍ଯ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଆକାଂକ୍ଷା ଲେଡିଜ୍ କ୍ଲବ୍ ସଭାପତି ନୀଲମ୍ ସିଂହ ସମସ୍ତ ଦମ୍ପତିଙ୍କ ସୁଖୀ ବୈବାହିକ ଜୀବନ କାମନା କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ବୁଣାକାର ସମ୍ପ୍ରଦାୟଙ୍କୁ ସମର୍ଥନ କରିବାଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ପିଲାମାନଙ୍କୁ ଚିକିତ୍ସା ଏବଂ ଶିକ୍ଷାଗତ ସହାୟତା ପ୍ରଦାନ କରିଥାଏ ଏହି କ୍ଲବ୍।

 

Comments are closed.