Latest Odisha News

BREAKING NEWS

ଆସାମରେ ବନ୍ୟା ସ୍ଥିତି: ୯.୨୬ ଲକ୍ଷ ଲୋକ ପ୍ରଭାବିତ, ୨୦ ମୃତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨,୦୭୧ ଗ୍ରାମର ୯.୨୬ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା ବେଳେ ଗତ ସପ୍ତାହରେ ପାଖାପାଖି ୨୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମେ ୨୨ ଠାରୁ ଭୁସ୍ଖଳନ ଯୋଗୁଁ ୨୩ ଜଣଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ଆହୁରି ମଧ୍ୟ ବର୍ତ୍ତମାନ ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗୁରି, ଡରାଙ୍ଗ, ନଲବାରି, ବାରପେଟା, କୋକ୍ରାଝର, ଢୁବରୀ, ଗୋଲାଘାଟ, ନାଗାଓଁ, ଜୋରହାଟ, ମଜୁଲି, ଡିବ୍ରୁଗଡ, ଶିବସାଗର,ବଙ୍ଗାଇଗାଁଓ, ଦକ୍ଷିଣ ସାଲମରା, କାମରୁପ, ମରିଗାଁଓ , ହୋଜାଇ, ପଶ୍ଚିମ କାର୍ବି, ଗୋଲପାରା ଆଦି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଅପରପକ୍ଷରେ ବନ୍ୟା ଯୋଗୁଁ ପ୍ରାୟ ୯.୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୬୮,୮୦୬ ହେକ୍ଟର ଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି।

ତେବେ ଉଦ୍ଧାର କାର୍ଯ୍ୟରେ ଉଭୟ ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଲାଗିଥିବା ବେଳେ ଏଯାବତ୍ ପ୍ରାୟ୨୭,୩୦୮ ଲୋକଙ୍କୁ ଉଦ୍ଧାର କରାଯାଇ ପାଖାପାଖି ୧୯୩ କ୍ୟାମ୍ପରେ ରଖାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, କୋଭିଡ-୧୯ର ପ୍ରାଦୂର୍ଭାବକୁ ଦୃଷ୍ଟିରେ ରଖି ରିଲିଫ୍ କ୍ୟାମ୍ପ ଗୁଡିକରେ ସାମାଜିକ ଦୂରତା, ହାତ ସଫା ତଥା ସାନିଟାଇଜେସନ୍ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.