Latest Odisha News

BREAKING NEWS

ହିଜବୁଲ କମାଣ୍ଡର ମସୁଦ ମୃତ୍ୟୁ ସହ ଜମ୍ମୁ କାଶ୍ମୀର ଡୋଡା ଆତଙ୍କୀ ଫ୍ରି

ଜମ୍ମୁ କାଶ୍ମୀର: ଉପତ୍ୟକାରେ ସୁରକ୍ଷା ବାହିନୀ ଚଳାଇଛି ଆତଙ୍କୀ ନିପାତ ଅଭିଯାନ । ଖୋଜି ଖୋଜି ଆତଙ୍କବାଦୀଙ୍କ ଖେଳ ଖତମ କରାଯାଉଛି । କାଶ୍ମୀର ଘାଟିରେ ଆତଙ୍କର ଗଡ଼ କୁହାଯାଉଥିବା ତ୍ରାଲ ଆତଙ୍କୀ ମୁକ୍ତ ହୋଇଥିବା ବେଳେ ଜମ୍ମୁରେ ମିଳିଛି ବଡ଼ ସଫଳତା । ଡୋଡା ଜିଲ୍ଲାକୁ ଆତଙ୍କୀବାଦୀଙ୍କ କବଳରୁ ମୁକ୍ତ ଘୋଷଣା କରିଛନ୍ତି ଜମ୍ମୁ କାଶ୍ମୀର ପୋଲିସ଼ ଡିଜି ଦିଲବାଗ ସିଂହ ।

ଜମ୍ମୁ କାଶ୍ମୀର ପୋଲିସ ଡିଜି କହିଛନ୍ତି ହିଜବୁଲ କମାଣ୍ଡରକୁ ମାରିବା ପରେ ଡୋଡା ଆତଙ୍କୀ ମୁକ୍ତ ହୋଇଛି । ଅନନ୍ତନାଗରେ ପୋଲିସ ଓ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ଲସ୍କର-ଏ-ତୋଏବାର ଦୁଇ ଜଣ ଜିଲ୍ଲାସ୍ତରୀୟ କମାଣ୍ଡର ଓ ହିଜବୁଲ୍ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ଗୁଳି ବିନିୟମରେ ନିହତ ହୋଇଛି ହିଜବୁଲ୍ ମୁଜାହିଦ୍ଦିନ କମାଣ୍ଡର ମସୁଦ ।

ହିଜବୁଲ୍ ମୁଜାହିଦ୍ଦିନ କମାଣ୍ଡର ମସୁଦ ମୃତ୍ୟୁ ସହ ଜମ୍ମୁ ଜୋନର ଡୋଡା ଜିଲ୍ଲା ଆତଙ୍କବାଦୀଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ବୋଲି ପୋଲିସ ଡିଜି କହିଛନ୍ତି । ଆଜି ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଗୁଇନ୍ଦା ତଥ୍ୟ ଆଧାରରେ ଅପରେସନ୍ ଅଲଆଉଟ୍ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.